ଆଜିର ରଜ
ରଜ ପରବରେ ଆମ ଜଗନ୍ନାଥଙ୍କୁ ଜର
ଭାଇ ଓ ଭଉଣି ସହିତ ସେ ଅଣସର।
ମା ଲକ୍ଷ୍ମୀ ସାଆନ୍ତାଣୀକୁ ରୋଷେଇ ମନା।
ଖାଇବାକୁ ଇଛା ହେଲେ ପୋଡ ପିଠା ମିଳେନା।
ଗାଁ ବରଗଛ ଓହଳ ଦୋଳି ହେଉନି।
ଘର ଭୁଆସୁଣି ଆଉ କଉଡ଼ି ଖେଳୁନି।
ନଣନ୍ଦ ବ୍ୟସ୍ତ କୁ ଭାଉଜ ବ୍ୟସ୍ତ।
ଶାଶୁ ସ୍ୱାମୀ ସହ ରହେ ସ୍ୱତନ୍ତ୍ର।
ପୁଚି ଖେଳ ଆଉ କିଏ ବୁଝୁନି।
ପିଲା ଜନମ ବି ସହଜ ହେଉନି।
ପାନ ଦୋକାନରେ ରଜ ପାନ ମିଳୁନି।
ଟୋକା ଠାରୁ ବୁଢା ସବୁ ଗୁଟୁକା ଖଇନି ।
ଆମ ସଂସ୍କୃତି ରେ ଖଣ୍ଡେ ସାଦା ପାନ।
ଆୟୁର୍ବେଦ ଔଷଧୀ ବଞ୍ଚାଏ ଧନ।
ଯିଏ ନଇଁଯିବ ସିଏ ଦୁର୍ବଳ ଏହା ହୀ ଭାବ।
ଚଳ ଦୂରଭାଷ ଯନ୍ତ୍ରୁ ଶିଖ ଭଲ ସ୍ୱଭାବ।
ରଜ ଆସିଛି ରେ ଭାଇ ରଜ ଆସିଛି।
ଆମେ ନ ହସିଲେ ରଜ ମନ ଦୁଃଖ କରୁଛି।
ମନେ ପକା ଥରେ ତୋ ଖୁସିର ଦିନ।
ଏକା ଏକା କେବେ ବାଣ୍ଟିଛୁ ମନ।
କେତେ କଷ୍ଟ କରି ଓଡ଼ିଶା ସ୍ୱତନ୍ତ୍ର ହେଲା।
ଦକ୍ଷିଣ ପଶ୍ଚିମ ପୂର୍ବ ଓ ଉତ୍ତର ଭେଦ ନଥିଲା।
ସମସ୍ତଙ୍କ କଥା ଆମ ଜଗନ୍ନାଥ ବୁଝନ୍ତି।
ଭାଗବତ ହୋଇ ଜୀବନ ସୁଗମ କରାନ୍ତି।